ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ୍ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଛି । ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ସାରା ଦେଶ ପାଳନ କରୁଛି ପରାକ୍ରମ ଦିବସ। ୧୮୯୭ ଜାନୁଆରୀ ୨୩ ତାରିଖ କଟକରେ ତାଙ୍କର ଜନ୍ମ। ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାଆଙ୍କ ନାମ ପ୍ରଭାବତୀ ଦତ୍ତ। କଟକ ରେଭେନ୍ସା କଲିଜିଏଟରୁ ସ୍କୁଲ ଶିକ୍ଷା ସମାପ୍ତ ପରେ କୋଲକାତାର ପ୍ରେସିଡେନ୍ସି କଲେଜରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ। ଉଚ୍ଚ ଶିକ୍ଷା ସମାପ୍ତ ପରେ ୧୯୧୯ ମସିହାରେ ସେ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତୀତ୍ଵ ହାସଲ କରିଥିଲେ। କିନ୍ତୁ ଦେଶପ୍ରେମ ତାଙ୍କୁ ଉଦବୁଧ୍ କରିଥିଲା। ଦେଶ ମାତୃକାର ସେବା କରିବାକୁ ସେ ମନସ୍ଥ କରିଥିଲେ। ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାରା ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଭିଏସଏସ ନଗର, ଭୁବନେଶ୍ବରରେ ଥିବା ସାଏଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନେ ମାଲ୍ୟାର୍ପଣ କରାଯାଇଛି। ପରେ ସନ୍ଧ୍ୟା ୫.୩୦ ମିନିଟରେ ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନନୀୟ ଅତିଥି ଭାବେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ବିଧାୟକ ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଶାସକ ତଥା ସାହିତ୍ୟିକ ନିରଞ୍ଜନ ସାହୁ ଯୋଗଦେବେ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……