ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି। ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ପରିଚାଳନା ନିର୍ଦେଶକ ଜୟେନ ମେହଟା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ୨୦୨୪ ଜୁନରେ ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ମୂଲ୍ୟ ହ୍ରାସ ପରେ ଅମୁଲ ଗୋଲ୍ଡ କ୍ଷୀର ଲିଟର ୬୬ ଟଙ୍କା ପରିବର୍ତ୍ତେ ୬୫ ଟଙ୍କା ହୋଇଛି। ସେହିପରି ଅମୁଲ ଟି ସ୍ପେଶାଲ କ୍ଷୀର ୬୨ ଟଙ୍କାରୁ ୬୧ ଏବଂ ଅମୁଲ ତାଜା କ୍ଷୀର ୫୪ ଟଙ୍କାରୁ ୫୩ ଟଙ୍କାକୁ ହ୍ରାସ ପାଇଛି।






More Stories
ISROର ମିଶନ ବିଫଳ:ଗତିପଥ ବଦଳାଇଦେଲା‘ଅନ୍ୱେଷା’……
ଫ୍ରାନ୍ସରୁ ଅଧିକ ଯୁଦ୍ଧ ବିମାନ କିଣିବ ଭାରତ……
ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜର୍ମାନ ଚାନସେଲର…..