ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ମୃତ କୁଳମଣି ବରାଳଙ୍କ ପୁଅ ସନ୍ତୋଷ ବରାଳଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିବାରୁ ବିଜେଡି ନେତା ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ପ୍ରତାପ ଏହି ମାମଲାର ଅଭିଯୁକ୍ତ ଥିଲେ। ହାଇକୋର୍ଟରେ ମାମଲାର ବିଚାର ଚାଲିଥିଲା। ହାଇକୋର୍ଟ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲେ, ଯାହାକୁ ଚାଲେଞ୍ଜ କରି ସନ୍ତୋଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..