ରିପୋର୍ଟ କାର୍ଡ / ଭୁବନେଶ୍ୱର
୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଅନୁଷ୍ଠିତ ହୋଇଥିବା ପରେଡରେ ୪୩ କଣ୍ଟିଜେଣ୍ଟ ଯୋଗଦେଇଛନ୍ତି। ଚଳିତ ଥର ପରେଡରେ ନେତୃତ୍ୱ ଯୁବ ଆଇପିଏସ ଭୋଷଲେ ଶୁଭମ ସଞ୍ଜୟ ନେଇଥିଲେ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା,ଝାଡ଼ଖଣ୍ଡ ପୋଲିସ , ଓଆଇଏସଫ, ଆମର୍ଡ ପୋଲିସ,କମିଶନରେଟ ଟ୍ରାଫିକ ପୋଲିସ,କଟକ ଓଏସଏଫ, ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ପରେଡରେ ଅଂଶଗ୍ରହଣ କରିଛନ୍ତି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..