ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ପଥରେ ଏକ ଭବ୍ୟ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଏହି ପରେଡ ଅନୁଷ୍ଠିତ ହୋଇଥିଲା | ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ତାଙ୍କ ସହିତ ମୁଖ୍ୟ ଅତିଥି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ ମଧ୍ୟ ଉପସ୍ଥିତ ଥିଲେ। ଏହି ପରେଡରେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ପିନାକା ମଲ୍ଟି-ଲଞ୍ଚର ରକେଟ୍ ସିଷ୍ଟମ, ଅଗ୍ନିବାଣ, ୧୨୨ ଏମଏମ ମଲ୍ଟିପଲ୍ ବ୍ୟାରେଲ୍ ରକେଟ୍ ଲଞ୍ଚର, ଆକାଶ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପ୍ରଦର୍ଶିତ ହୋଇଥିଲା । ସେହିପରି ପ୍ରଥମ ଥର ପାଇଁ ପ୍ରଳୟ କ୍ଷେପଣାସ୍ତ୍ର ବି ପ୍ରଦର୍ଶିତ ହୋଇଥିଲା | ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିଲୋମିଟରରୁ ଅଧିକ। ସେହିପରି ନୌସେନାର ସ୍ୱଦେଶୀ ଯୁଦ୍ଧଜାହାଜ ଡିଜାଇନ୍ ପ୍ରଦର୍ଶିତ ହୋଇଥିବାବେଳେ କର୍ତ୍ତବ୍ୟ ପଥରେ ପରେଡରେ ଆଇଏନଏସ ସୁରତ ଏବଂ ନୀଳଗିରିର ପ୍ରତିକୃତି ଦେଖାଯାଇଥିଲା। ସେହିପରି କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ଭୀଷ୍ମ ଟ୍ୟାଙ୍କ ଦେଖିବାକୁ ମିଳିଥିଲା।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..