ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ନାଇଜେରିଆରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏକ ଫୁଏଲ୍ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ-ପୂର୍ବ ରାଜ୍ୟ ଏନୁଗୁର ଏନୁଗୁ-ଓନିଟଶା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି। ଗ୍ୟାସୋଲିନ ଭର୍ତ୍ତି ଏକ ଟ୍ୟାଙ୍କର ୧୭ଟି ଗାଡ଼ିକୁ ଧକ୍କା ଦେବା ପରେ ବିସ୍ଫୋରଣ ଘଟିଥିଲା। ଯାହାଫଳରେ ନିଆଁରେ ପୋଡ଼ି ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….