ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ୪ ଦିନରେ ଇ-କେଓ୍ବାଇସି ଯାଞ୍ଚ ସରିବ। ୪୦ ଲକ୍ଷରୁ ଅଧିକ ଲୋକ ଇ-କେଓ୍ବାଇସି ଅପଡେଟ୍ କରିନାହାନ୍ତି। ଏଯାବତ୍ ୮୮ ପ୍ରତିଶତ ଲୋକ ଇ-କେଓ୍ବାଇସି କରିସାରିଲେଣି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି। ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ରୁ ୨, ୯୫, ୮୯, ୯୧୨ ଲୋକ ଇ-କେଓ୍ବାଇସି କରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..