ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶକୁ ଆମେରିକା ଦେଉଥିବା ସମସ୍ତ ପ୍ରକାର ସହାୟତାକୁ ବନ୍ଦ କରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏ ନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ(ୟୁଏସଏଆଇଡି) ବାଂଲାଦେଶରେ ଜାରି ରଖିଥିବା ନିଜର ସମସ୍ତ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବ ବୋଲି କହିଛି। ଆମେରିକାର ଏହି ପଦକ୍ଷେପ ବାଂଲାଦେଶ ପାଇଁ ବଡ଼ ଝଟକା ହେବ ବୋଲି କୁହାଯାଉଛି। ବାଂଲାଦେଶରେ ଶେଖ ହସିନାଙ୍କ ସରକାର ପରିବର୍ତ୍ତନ ହେବା ପରେ ଦେଶର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି। ଲୋକମାନେ ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶ ଅର୍ଥବ୍ୟବସ୍ଥାରେ ଆମେରିକାର ନିବେଶ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ୨୦୨୦ ସୁଦ୍ଧା ଆମେରିକାର ମୋଟ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ପ୍ରାୟ ୩ ଶହ କୋଟି ଡଲାର ରହିଥିଲା। ଆମେରିକାର କମ୍ପାନୀଗୁଡ଼ିକ ବାଂଲାଦେଶର ବୟନ ଶିଳ୍ପ, ଶକ୍ତି, କୃଷି ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରମୁଖ ନିବେଶକ ରହିଥିଲେ। ଆମେରିକୀୟ କମ୍ପାନୀଗୁଡ଼ିକ ବାଂଲାଦେଶର କପଡ଼ା ଉଦ୍ୟୋଗରେ ବଡ଼ ପରିମାଣରେ ନିବେଶ କରିଛନ୍ତି। ଯାହାଫଳରେ ବାଂଲାଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। ଟ୍ରମ୍ପଙ୍କ ନିଷ୍ପତ୍ତି ବାଂଲାଦେଶକୁ ପାକିସ୍ତାନ ଭଳି ଦୁର୍ବଳ ଆର୍ଥିକ ଅବସ୍ଥାରେ ଛନ୍ଦି ପକାଇବ ବୋଲି କୁହାଯାଉଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..