Report Card Odisha

| Daily Odia News

ବଦଳିଯିବ ମିଶନ ଶକ୍ତି,ପ୍ରତି ତିନି ବର୍ଷରେ ଥରେ ନେତୃତ୍ୱ ପରିବର୍ତ୍ତନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ଏକ ଚିଠି ଜାରି ହୋଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ମିଶନ ଶକ୍ତି ଅଧିନରେ ଥିବା ସମସ୍ତ ପ୍ରଶାସନିକ ସଂଗଠନ, କାର୍ଯ୍ୟକାରୀ କମିଟି ଓ ସବ-କମିଟିର ପର୍ଯ୍ୟାୟକ୍ରମେ ପୁନର୍ଗଠନ ହେବ। ଏପରିକି ପ୍ରତ୍ୟେକ ପ୍ରଶାସନିକ କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ। ପ୍ରତି ତିନି ବର୍ଷରେ ଥରେ ନେତୃତ୍ୱ ପରିବର୍ତ୍ତନ କରାଯିବ। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତିକୁ ବଡ଼ ବୟାନ ଦେଇ କହିଥିଲେ, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ । ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ଯଦି ଠିକ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ବରୂପ ହିଁ ହେବ । ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମିଶନଶକ୍ତି ବନ୍ଦ ହେବନି ବରଂ ଦୌଡିବ। ବଦଳିବ ମିଶନ ଶକ୍ତି କାୟାକଳ୍ପ। ଭୋଟ ବ୍ୟାଙ୍କରେ ଗଣା ହେବେନି କି ରାଜନୀତିରେ ମଧ୍ୟ ପଶିବେନି ମିଶନ ଶକ୍ତି।

Breaking News