ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପାଇଁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଛି। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ହୋଇଛି। ଠେଲାପେଲା ଯୋଗୁଁ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଏହି ଅଘଟଣ ଘଟିଛି। ମହାକୁମ୍ଭରେ ଆଜି ୩ୟ ସାହି ସ୍ନାନ ଥିବାରୁ ଲକ୍ଷାଧିକ ଲୋକଙ୍କର ଭିଡ ଜମିଥିଲା। ଆଜି ମୌନୀ ବ୍ରତ ଥିବାରୁ ମୌନ ଥିବା ସାଧୁ ସନ୍ଥ ମଧ୍ୟ ଉପସ୍ଥିତ ରହିଥିଲେ। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ଆଜି ପାଇଁ ଆଖଡା ପରିଷଦ ଅମୃତ ସ୍ନାନ ବାତିଲ୍ କରିଛି। ଅମୃତ ସ୍ନାନ ବାତିଲ୍ ସହ ଆଜି କୌଣସି ଶୋଭାଯାତ୍ରା ବାହାରିବନି। ବସନ୍ତ ପଞ୍ଚମୀରେ ଅମୃତ ସ୍ନାନ କରିବାକୁ ଆଖଡା ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ସ୍ଥିତିକୁ ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏ ନେଇ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପିଏମ୍ ମୋଦୀ। ଏବଂ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି।






More Stories
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..