Report Card Odisha

| Daily Odia News

ଆଇଟିଡିଏ ପିଏଙ୍କ ଘରେ ଭିଜିଲାନ୍ସ ରେଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ(ପିଏ)ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପିଏ ବିଶ୍ଵଦର୍ଶି ସାହୁଙ୍କ ଘରେ ଗୁରୁବାର ସକାଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଭୁବନଶ୍ଵେର, ବାଲେଶ୍ଵର, ଯାଜପୁର ଓ ବଣାଇରେ ଥିବା ସାହୁଙ୍କ ୭ଟି ଠିକଣାରେ ଏକକାଳୀନ ଚଢ଼ାଉ ହୋଇଛି। ବାଲେଶ୍ଵରର ସୁକୁମାର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର ୩୦୨, ବଣାଇରେ ଥିବା ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ଯାଜପୁରରେ ଥିବା ସମ୍ପର୍କୀୟଙ୍କ ଘର, ରାଜଧାନୀର ପୁରୁଣା ଭୁବନେଶ୍ଵର ଅନ୍ତର୍ଗତ ଶ୍ରୀରାମନଗରରେ ଥିବା ଦୁଇ ମହଲା କୋଠା, ଲକ୍ଷ୍ମୀସାଗର(ଭଗବାନ ଟାୱାର ଫ୍ଲାଟ ନଂ. ୩୦୪) ଏବଂ ଖାରବେଳନଗର ଇଭୋସ ଗାଲାକ୍ସିରେ ଥିବା ୪୦୨ ନମ୍ବର ଫ୍ଲାଟରେ ଏହି ଚଢ଼ାଉ ଚାଲିଛି। ଏଥିରେ ଭିଜିଲାନ୍ସ ବିଭାଗର ଜଣେ ଏଏସପି, ୩ ଜଣ ଡିଏସପି ଏବଂ ୧୦ ଇନ୍ସପେକ୍ଟର ସାମିଲ ରହିଛନ୍ତି।

Breaking News