ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଏହି ଅବସରରେ କଂଗ୍ରେସ ଉପରେ ବଡ଼ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିକୁ ପରାସ୍ତ କରିବା କଂଗ୍ରେସର ଏକମାତ୍ର ଲକ୍ଷ୍ୟ। କଂଗ୍ରେସକୁ ଭୋଟ୍ ଦେଲେ ବିଜେପିକୁ ଫାଇଦା ହେବ। କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯେ ନିର୍ବାଚନ ଜିତିବା କଂଗ୍ରେସର ଲକ୍ଷ୍ୟ ନୁହେଁ । ସେମାନଙ୍କ ଲକ୍ଷ୍ୟ ହେଉଛି ଆପର ପରାଜୟ । ଏଣୁ କଂଗ୍ରେସକୁ ଭୋଟ ଦେଲେ ତାହା ବିଜେପିକୁ ଫାଇଦା ପହଞ୍ଚାଇବ । କଂଗ୍ରେସ ଗୋଟିଏ ଆସନ ଜିତିବାକୁ ଲଢୁନାହିଁ, ବରଂ ଆପକୁ ହରାଇବାକୁ ଗୋପନରେ ବିଜେପି ସହ ହାତ ମିଳାଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି “କଂଗ୍ରେସର କେତେକ କର୍ମୀ ନିକଟରେ ତାଙ୍କୁ ଭେଟିଥିଲେ ।ସେମାନେ କହିଥିଲେ କଂଗ୍ରେସ ଆଉ ଆଗପରି ନାହିଁ । ଦଳ ମଧ୍ୟରେ ମତଭେଦ ବଢିଚାଲିଛି । ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଏକ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା, କାରଣ କର୍ମୀମାନେ ଜିତିବା ପାଇଁ ଲଢୁଥିବାବେଳେ ଦଳର ନେତାମାନେ ଦଳକୁ ହରାଇବାକୁ ଲଗିଥିଲେ” । ସେ ମଧ୍ୟ ଯମୁନା ନଦୀ ଦଳ ପ୍ରଦୂଷଣକୁ ନେଇ ବିଜେପିକୁ ସମାଲୋଚନା କରିଥିଲେ ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..