ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀନଗର ସୀମାରେ ଫୁଟିଲା ଗୁଳି। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଏଲଓସିରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଯବାନଙ୍କ ଗୁଳିରେ ଟଳି ପଡିଛନ୍ତି ୩ ଆତଙ୍କୀ । ମିଳିଥିବା ସୂଚନା ଅନୁସାରେ ଜମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳୁ ବିନିମୟ ହୋଇଛି। ଆତଙ୍କୀର ଏକ ଦଳ ଏଲଓସି ପାର୍ କରି ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଭାରତୀୟ ସେନା ଏହି ଯୋଜନାକୁ ପଣ୍ତ କରିଥିଲା। ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ୩ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….