Report Card Odisha

| Daily Odia News

ବଜେଟ୍‌ ୨୦୨୫-୨୬:୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଟିକସ ଦେବାକୁ ପଡିବ ନାହିଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ | ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠାରୁ ବଡ଼ ଘୋଷଣା କରିଛନ୍ତି। ଏବେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ।

୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ – ୧୫ ପ୍ରତିଶତ

୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ – ୨୦ ପ୍ରତିଶତ

୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ – ୨୫ ପ୍ରତିଶତ 

୨୪ ଲକ୍ଷରୁ ଅଧିକ ଆୟ – ୩୦ ପ୍ରତିଶତ 

ବିହାରକୁ ଗ୍ରୀନଫିଲ୍ଡ ବିମାନବନ୍ଦର ଯୋଗାଇ ଦିଆଯିବ| ରାଜ୍ୟର ଭବିଷ୍ୟତ ଆବଶ୍ୟକତା ପୂରଣ କରିବା ପାଇଁ ବିହାରକୁ ଗ୍ରୀନଫିଲ୍ଡ ବିମାନବନ୍ଦର ଯୋଗାଇ ଦିଆଯିବ। ଏହା ପାଟନା ବିମାନବନ୍ଦରର କ୍ଷମତା ବୃଦ୍ଧି କରିବ। ମିଥିଳାଞ୍ଚଳରେ ପଶ୍ଚିମ ତଟ କେନାଲ ପ୍ରକଳ୍ପ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଚାଷୀମାନେ କିଷାନ କ୍ରେଡିଟ କାର୍ଡ ଜରିଆରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହାଦ୍ବାରା ଦେଶର ୭କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେବେ।

ଅର୍ଥମନ୍ତ୍ରୀ ପରମାଣୁ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ ଆବଣ୍ଟନ କରିଛନ୍ତି।

ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। 

ଶସ୍ତା ହେବ ଏଲଇଡି ଟିଭି, ମୋବାଇଲ ଫୋନ, ଇଲେକ୍ଟ୍ରିକ୍ କାର୍, ଇଭି ବ୍ୟାଟେରୀ, କର୍କଟ ଔଷଧ ।

ଜଳ ଜୀବନ ମିଶନକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି |

ଏଆଇ ସେଣ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି |

୨.୨ ନିୟୁତ ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି |

ଏମଏସଏମଇ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯିବ |

ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ |

ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା |

Breaking News