ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ଗାଜିଆବାଦରେ ଭୋର ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗିଯିବାରୁ ଏକାଧିକ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ତୀବ୍ର ଥିଲା ଯେ ଦୀର୍ଘ କିଲୋମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଯେଉଁଥିରେ ବିସ୍ଫୋରଣର ଦୃଶ୍ୟ ସାମ୍ନାକୁ ଆସିଛି।ଦୁର୍ଘଟଣା ଘଟିଥିବାବେଳେ ଆଖପାଖର ଦୋକାନ ଏବଂ କିଛି ବାସଗୃହ ଜଳି ପୋଡ଼ି ଯାଇଛି। ଏପରି କି ଟ୍ରକରୁ କିଛି ସିଲିଣ୍ଡର ଦୂର ପର୍ଯ୍ୟନ୍ତ ଛିଟିକି ଯାଇ ନିକଟରେ ରହୁଥିବା ଲୋକଙ୍କ ଘରେ ମଧ୍ୟ ପଡ଼ିଥିଲା।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..