ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କର୍ମଠ ହେବେ। ଜ୍ଞାନ ତୃଷ୍ଣା ମେଣ୍ଟାଇବା ପାଇଁ ଆପଣଙ୍କ ଚେଷ୍ଟା ଫଳବତୀ ହେବ। ସତ୍କର୍ମରେ ଜଡ଼ିତ ଥିବାରୁ ମାର୍ଗ ଦର୍ଶନ ମିଳିପାରେ। ବିତ୍ତବାନ୍ ହେବେ। ସରକାରୀ ସ୍ତରରୁ ପ୍ରାପ୍ୟ ମିଳିପାରେ।
ବୃଷ : କର୍ମରେ ଆପଣଙ୍କର ନିଷ୍ଠା ଥିବାରୁ ଧନାଗମରେ ବାଧା ସୃଷ୍ଟି ହେବ ନାହିଁ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ଜୀବନ ଶୃଙ୍ଖଳିତ ହେବ।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ସଦୁପଯୋଗ କରି ଗରିବ, ନିଷ୍ପେଶିତ ବ୍ୟକ୍ତିମାନଙ୍କର ଆଶୀର୍ବାଦ ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
କର୍କଟ: ଦୃଷ୍ଟିକୋଣକୁ ସଂକୀର୍ଣ୍ଣ ନ କରି ଉଦାର ଓ ବିଶାଳ କରିପାରିଲେ ଅଭିଶପ୍ତ ଜୀବନରୁ ମୁକ୍ତି ମିଳିବ। ମାନସିକ ସଂଘାତ ଅନୁଭବ କରିପାରନ୍ତି। ସାମୟିକ ଭାବେ ହୃଦୟ ରସହୀନ ହୋଇପାରେ।
ସିଂହ: ବହୁ ସୁଖକର ଘଟଣାମାନ ଘଟିପାରେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସମାଜ ସେବା ବ୍ରତରେ ବ୍ରତୀ ହୋଇପାରନ୍ତି। କର୍ମକ୍ଷେତ୍ର ଉଚ୍ଚାସନରେ ଆସୀନ କରି ପାରିବେ। ଆହର ସୁଧାର ତୁଲ୍ୟ ହେବ।
କନ୍ୟା: ଶତ୍ରୁତାର ବିକାଶ ଘଟଣାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। ଭାଇମାନଙ୍କଠାରୁ ଭକ୍ତିପୂତ ସମର୍ଥନ ମିଳିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବ୍ୟୟ ସୀମିତ କରିବାକୁ ଚେଷ୍ଟା କରିବେ।
ତୁଳା: ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଦାମ୍ପତୃ ଜୀବନ ମଧୁମୟ ହେବ। ବ୍ୟବସାୟରୁ ସରକାରୀ ସ୍ତରରୁ ବକେୟା ପ୍ରାପ୍ୟ ପାଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବେ। ବିଦ୍ୟାର୍ଥୀମାନେ ଭଲ ଫଳ ପ୍ରାପ୍ତ ହେବେ।
ବିଛା: କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ତା’ର ସୁସମ୍ପାଦିତ କରି ପରଶ୍ରମର ମୂଲ୍ୟ ହାସଲ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ଅଳ୍ପ ସମୟ ମଧ୍ୟରେ ସୁଧାର ଆସିବ।
ଧନୁ: ବିଭିନ୍ନ ସ୍ତରରୁ ଧନାଗମ ହୋଇ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ ଲାଭ କରି ସମସ୍ତ ଦୁଶ୍ଚିନ୍ତା ଦୂର କରିପାରନ୍ତି। ଅଶାନ୍ତି ଅପସରି ଯାଇପାରେ।
ମକର: କୀର୍ତ୍ତିମାନ୍ ଓ ହର୍ଷଗୁଣସମ୍ପନ୍ନ ହେବେ। ଧନ ଅର୍ଜନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ତ୍ୟାଗଶୀଳ ହେବାର ସୂଚନା ମିଳୁଛି। ଗତିଜ୍ଞ ହୋଇପାରନ୍ତି। ବିଦ୍ୟାବାନ ହେବେ।
କୁମ୍ଭ : ଆୟ ସୀମିତ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ମିଳିପାରେ। ଭୋଜନ ରୁଚିପୂର୍ଣ୍ଣ ହେବ। ପାରିବାରିକ ଜୀବନ ଶ୍ରଦ୍ଧାପୂର୍ଣ୍ଣ ହେବ। ମନ ପ୍ରସନ୍ନ ରହିବ। କର୍ମଚଞ୍ଚଳ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମୀନ: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ ରହିବା ଆପଣଙ୍କ ପକ୍ଷେ ଭଲ ହେବ। ନାନା ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରିବେ।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..