ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ | ସନ୍ଧ୍ୟା ୫ଟାରେ ସରିବ ପ୍ରଚା । ଏହାପରେ ଫେବ୍ରୁଆରି ୫ ତାରିଖରେ ଦେଢକୋଟିରୁ ଅଧିକ ଭୋଟର ଭୋଟ ଦେଇ ବାଛିବେ ନେତା ଓ ସରକାର । ପ୍ରଚାରରେ ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିବେ । ସକାଳୁ ସନ୍ଧ୍ୟା ଯାଏ ଜନସଭା, ରେଲି, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ । ଜନତାଙ୍କ ମନ ଜିଣିବାକୁ ବିଜେପି, କଂଗ୍ରେସ, ଆମ ଆଦାମୀ ପାର୍ଟି ସମେତ ସବୁ ରାଜନୈତିକ ଦଳ ନିଜର ସମସ୍ତ ଶକ୍ତି ଖଟାଇଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଦଳର ଷ୍ଟାର ପ୍ରଚାରକ ଓ ହେଭିୱେଟ ନେତା । ଦିଲ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ । ୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ଭୋଟ୍ । ସେପଟେ ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ । ଏହାଛଡ଼ା ମତଦାନରେ ଯୁବ ଭୋଟରଙ୍କ ସହଭାଗିତା ବଢାଇବା ପାଇଁ ୭୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପ୍ରକ୍ରିୟା ସୁଚାରୁ ରୁପେ ସଂପନ୍ନ କରାଇବା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିପରି ଆଇନଶୃଙ୍ଖଳା ସମ୍ଭାଳିବାକୁ ନିୟୋଜିତ ହେବେ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ।
More Stories
ସୋସିଆଲ୍ ମିଡିଆ ଅପପ୍ରଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଅତିଥି ବେଶରେ ଆସି ଲୁଟିନେଲେ…..
ଭାଙ୍ଗିଯିବ କି ତେଲେଙ୍ଗାନାରେ ସରକାର !…..