ରିପୋର୍ଟ କାର୍ଡ / ଭୁବନେଶ୍ଵର
ଷ୍ଟାର୍ ହୋଟେଲ ବାହାଘରରୁ ଲୁଟ୍ ହୋଇଛି। ଅତିଥି ବେଶରେ ଦୁଇ ଚୋର ଆସି ଲୁଟି ନେଇଛନ୍ତି ନଗଦ ୨.୫ ଲକ୍ଷ ଟଙ୍କା ସହ ସୁନା ଗହଣା। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ। ରାଜଧାନୀର ଏକ ଷ୍ଟାର୍ ହୋଟେଲରେ ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚଆର୍ ସରୋଜ କୁମାର ମିଶ୍ରଙ୍କ ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡଙ୍ଗୀଙ୍କ ସହ ବିବାହ ଉତ୍ସବ ଚାଲିଥିଲା। ଏତିକିବେଳେ ଦୁଇ ଜଣ ଚୋର ଅତିଥି ବେଶରେ ଆସି ଡାକ୍ତର ଦମ୍ପତ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି। ସିସି ଟିଭିରେ ଚୋରି ବେଳର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି। ଏ ନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
More Stories
ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ….
ବଜେଟ୍ରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର,ଓଡ଼ିଶାରେ ନବନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ…..
ଏଲଏସିକୁ ରାସ୍ତା ତିଆରିଲା ଭାରତ…..