ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ୨୦୧୯ ମସିହାରେ ନିଜର ବ୍ୟକ୍ତିଗତ ସହାୟକଙ୍କ ରହସ୍ୟଜନକ ହତ୍ୟା ମାମଲାରେ ମାଲକାନଗିରିର ଏସଡିଜେଏମ୍ କୋର୍ଟ ଶ୍ରୀ ଅଗ୍ରୱାଲଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଆଇଏଏସ୍ ଶ୍ରୀ ଅଗ୍ରୱାଲ ଗିରଫ ହେବାର ଆଶଙ୍କା ବଢ଼ିଛି । ଶ୍ରୀ ଅଗ୍ରୱାଲ ଏବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁସାରେ, ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟ ବାରମ୍ବାର ନୋଟିସ୍ ଜାରି କରିବା ସତ୍ତ୍ୱେ ଶ୍ରୀ ଅଗ୍ରୱାଲ ହାଜର ନହେବାରୁ ଏହି ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଏହି ମାମଲାରେ ଶ୍ରୀ ଅଗ୍ରୱାଲ ନିଜର ସୁରକ୍ଷା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……