ରିପୋର୍ଟ କାର୍ଡ / ଭୁବନେଶ୍ୱର
ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ ଦୁର୍ଘଟଣା ଘଟାଥିବା ସୂଚନା ମିଳିଛି। ମୋ ବସ ଧକ୍କାରେ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନାବାଳିକା ଜଣଙ୍କ ଫୁଲ ତୋଳି ସାଇକେଲ ଯୋଗେ ଯିବା ପାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ୩ଟି ମୋ ବସକୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ସୂଚନା ମିଳିଛି। ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରାଯାଇଛି। ରାସ୍ତା ଅବରୋଧ କରାଯିବା ଦ୍ୱାରା ବହୁ ଯାନବାହନ ଅଟକି ରହିଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..