ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭୋଟ୍ ଦେଉଛି ଦିଲ୍ଲୀ। ସକାଳ ୭ଟାରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସମସ୍ତ ୭୦ ଆସନରେ ଭୋଟିଂ ଜାରି ରହିଛି। ପ୍ରାୟ ୧ କୋଟି ୫୬ ଲକ୍ଷ ଭୋଟର ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ କରିବାକୁ ଥିବା ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ମହିଳା ଓ ୧୨୬୭ ଜଣ କିନ୍ନର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୧୩୭୬୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୦,୦୦୦ ପୁଲିସ ଓ ୨୨୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ, ବିଜେପି ଓ ଆପ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି। ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆପ୍ର ଅରବିନ୍ଦ କେଜରିୱାଲ, ଆତିଶୀ ସିଂହ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, କଂଗ୍ରେସର ଅଳକା ଲାମ୍ବା, ସନ୍ଦୀପ ଦୀକ୍ଷିତ, ବିଜେପିର ପରବେଶ ବର୍ମା, ରମେଶ ବିଧୁରୀ, ତରବିନ୍ଦର ସିଂହ ମାରୱା, କେର୍ଣ୍ଣଲ ସିଂହ। ଫେବୃଆରୀ ୮ରେ ଦିଲ୍ଲୀ ଭୋଟ ଗଣତି ହୋଇ ଫଳ ପ୍ରକାଶ ହେବ।
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..