ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଅଭିଯୋଗ ଆଣିଛନ୍ତି ଯେ ଭୋଟ ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ “ଗୁଣ୍ଡାରାଜ”କୁ ସମର୍ଥନ କରି ଆପ୍ କର୍ମୀମାନଙ୍କୁ ହଇରାଣ କରୁଛନ୍ତି। କେଜ୍ରିୱାଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଜେପି ସମର୍ଥିତ ଲୋକମାନେ ଆପ କର୍ମୀମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏବଂ ଦିଲ୍ଲୀ ପୋଲିସ ଏହାକୁ ରୋକିବା ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରିନାହିଁ। ସେହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାଲ୍ମିକୀ ସମାଜ ଏବଂ ଦଳିତ ମହାପଞ୍ଚାୟତର ସଦସ୍ୟମାନେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୋଧରେ ପ୍ରତିବାଦ କରୁଥିବାର ଦେଖାଯାଇଛି। ଭିଡିଓରେ, ପ୍ରତିବାଦକାରୀମାନେ ଆପର ଏକ ପ୍ରଚାର ଟେମ୍ପୋକୁ ଭଙ୍ଗାରୁଜା କରୁଥିବାର ବି ଦେଖାଯାଇଛି। ପ୍ରତିବାଦକାରୀମାନେ ଆପର ହଳଦିଆ ଏବଂ ନୀଳ ଝାଡୁ ନିର୍ବାଚନ ଚିହ୍ନର ପୋଷ୍ଟର ଚିରି ବାହାର କରୁଥିବା ଦେଖାଯାଇଛି, ଯାହା ଭ୍ୟାନରେ ଲାଗିଥିଲା। ଆପ ଅଭିଯୋଗ କରିଛି ଯେ ଦିଲ୍ଲୀ ପୁଲିସ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେବେ ନୂଆଦିଲ୍ଲୀର ଡିସିପି ଏକ ‘ଏକ୍ସ’ ପୋଷ୍ଟରେ କହିଛନ୍ତି, ‘‘ହା ଆମ ଦୃଷ୍ଟିକୁ ଆଣିବା ପାଇଁ ଧନ୍ୟବାଦ ପୁଲିସ୍ ଷ୍ଟେସନକୁ କୌଣସି ପିସିଆର୍ କଲ୍ କିମ୍ବା ଅଭିଯୋଗ ମିଳିନାହିଁ। ପୁଲିସ୍ ଷ୍ଟେସନରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବାକୁ ଅନୁରୋଧ। ତଦନ୍ତ ପରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..