ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୁଧବାର ଉତ୍ତରପ୍ରଦେଶର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜାର୍ଚ୍ଚନା ପରେ ବୁଡ଼ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ମାଳ ଧାରଣ କରି ମନ୍ତ୍ର ଉଚ୍ଚାରଣ ସହ ମା’ ତ୍ରିବେଣୀଙ୍କ ପରିକ୍ରମା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସାଙ୍ଗରେ ଥିଲେ, ମାତ୍ର ପ୍ରଧାନମନ୍ତ୍ରୀ ଏକାକୀ ବୁଡ଼ ପକାଇଛନ୍ତି। ଏହି ସମୟରେ ସିଆରପିଏଫ ଓ ସେନା ଯବାନ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍ଗମରେ ବୁଡ଼ ପକାଇବା ପରେ ମା’ ଗଙ୍ଗାଙ୍କୁ ପୂଜା କରିଛନ୍ତି। ଅରୈଲ ଅଞ୍ଚଳରେ ତାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ପାଞ୍ଚ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..