ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ଵଓ୍ବାନ୍ କୁ ଗୌହାଟୀରୁ ପୋଲିସ ଗିରଫ କରିଛି। ଘଟଣାରେ ଉତ୍ତରାଞ୍ଚଳ ଆଇଜି କହିଛନ୍ତି ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ। ସୂଚନା ମୂତାବକ ଜାନୁଆରୀ ୩ ତାରିଖରେ ଲୁଟେରାମାନେ ଅଇଁଠାପାଲି ଅନ୍ତର୍ଗତ ବୁଢାରଜା ଛକ ସ୍ଥିତ ମଣପୁରମ୍ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଥିଲେ। ଲୁଟେରାମାନେ ବାଇକ୍ରେ ଆସିଥିଲେ ଓ ବନ୍ଧୁକ ଦେଖାଇ ପ୍ରାୟ ୩୦ କେଜି ସୁନା ଲୁଟ୍ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗୌହାଟୀରୁ ଗିରଫ କରାଯାଇଛି।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..