ରିପୋର୍ଟ କାର୍ଡ / ଭୁବନେଶ୍ବର
ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ପାଇଲଟ୍ ଆହତ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟରଟି ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାପରେ ଏଥିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପାଇଲଟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ନରଓ୍ବର ତହସିଲର ଦବରାସାନୀ ଗ୍ରାମରେ ଗୁରୁବାର ଦ୍ଵିପ୍ରହରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ଖସି ପଡ଼ିଥିଲା। ଏହାପରେ ଏଥିରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଅଛନ୍ତି। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..