ରିପୋର୍ଟ କାର୍ଡ / ଢେଙ୍କାନାଳ
ଯୋରନ୍ଦା ମେଳା ଆସନ୍ତା ୧୧ ତାରିଖ ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି। ପ୍ରାତଃ ସାଢେ ୩ରେ ଗାଦି ମନ୍ଦିର, ଏକୋଈଶହାତିଆ ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିରରେ ନୀତି ଆରମ୍ଭ ହେବା ସହ ଅପରାହ୍ନ ୫ଟା ୧୫ରେ ମହିମା ଗୋସାଇଁଙ୍କ ଗାଦି ମନ୍ଦିର ଝାଡ଼ଦୀପ ପ୍ରଜ୍ୱଳନ ପାଇଁ ନିତି ନିର୍ଘଣ୍ଟ କରାଯାଇଥିବା ବରିଷ୍ଠ ମହିମା ସନ୍ୟାସୀ ବାବା ନିତ୍ୟାନନ୍ଦ ଦାସ ପ୍ରକାଶ କରିଛନ୍ତି। ସ୍ୱୟଂମହିମା ସ୍ୱାମୀ ୧୮୭୪ ମାଘ ଶୁକ୍ଲ ଚତୁର୍ଦ୍ଧଶୀରେ ଯୋରନ୍ଦାରେ ବ୍ରହ୍ମଧୂନୀ ସ୍ଥାପନ କରି ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ। ଚଳିତବର୍ଷ ରାଜ୍ୟ ଏବଂ ରାଜ୍ୟ ବାହାର ସନ୍ୟାସୀ, ସାଧୁସନ୍ଥ ମହିମାଗାଦୀରେ ପହଞ୍ଚିବାରେ ଲାଗିଛନ୍ତି।






More Stories
୨୦୨୭ରୁ ନୂଆ ନିୟମ ଲାଗୁ…..
ବ୍ୟବସାୟୀଙ୍କୁ ହତ୍ୟା…..
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……