ରିପୋର୍ଟ କାର୍ଡ / ଭୁବନେଶ୍ବର
କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ’ଫେୟାର ହୋଟେଲ୍ରେ ରହିବେ। କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍ ଫୋର୍ସ ସହ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାପୂର୍ବରୁ ବିମାନବନ୍ଦରରୁ ହୋଟେଲ୍ ଏବଂ ସେଠାରୁ ବାରବାଟୀରେ କିଭଳି ସୁରକ୍ଷିତ ଭାବେ ଉଭୟ ଦଳର ଖେଳାଳିମାନେ ପହଞ୍ଚତ୍ବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କାର୍କେଡ୍ ରିହର୍ସାଲ କରାଯାଇଛି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଓ ଡିସିପି ପିନାକ୍ ମିଶ୍ର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଶନିବାର ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଇଂଲଣ୍ଡ ଦଳ ଓ ଭାରତୀୟ ଦଳ ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବେ। ଉଭୟ ଦଳର ଖେଳାଳି ମେ’ ଫେୟାରରୁ ବାହାରି ଜାତାୟ ରାଜପଥ-୧୬ ରସୁଲଗଡ଼ ଦେଇ କଟକ ଯିବାକୁ ଥିବା ରୁଟ୍ ଲାଇନ ପ୍ରସ୍ତୁତି ହୋଇଛି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..