ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନର୍ସଙ୍କ ଅଜବ କାରନାମା। ପିଲାର କ୍ଷତରେ ଷ୍ଟିଚ୍ ପକାଇବା ପରିବର୍ତ୍ତେ ଲଗାଇଦେଲେ ଫେଭିକ୍ଵିକ୍। କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ହାଭେରୀରେ ଆଡୁରୁ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସ ଏକ ବାଳକ ଗାଲରେ ଫେଭିକ୍ଵିକ୍ ଲଗାଇ ଦେଇଛନ୍ତି। ଖବର ମୁତାବକ, ଜଣେ ୭ ବର୍ଷୀୟ ବାଳକ ଗାଲରେ କ୍ଷତ ହୋଇଥିଲା। ଚିକତ୍ସା ପାଇଁ ପରିବାର ଲୋକେ ବାଳକକୁ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଆଣିଥିଲେ। କ୍ଷତ ସିଲେଇ କରିବା ପରିବର୍ତ୍ତେ ନର୍ସ ତା’ ଗାଲରେ ଫେଭିକ୍ଵିକ୍ ଅଠା ଲଗାଇ ଦେଇଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ନର୍ସଙ୍କୁ ନିଲମ୍ବିତ କରାଯାଇଛି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..