ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୩ର ଫଳାଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଲୋକ ସେବା ଆୟୋଗ (OPSC)ଙ୍କ ତରଫରୁ ଆଜି ଏହି ସୂଚନା ଦିଆଯାଇଛି।ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସେସ (ମେନ୍) ପରୀକ୍ଷା-୨୦୨୩ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ଅଛନ୍ତି। ଓଡ଼ିଶା ସିଭିଲ ସର୍ଭିସେସ (ମେନ) ପରୀକ୍ଷା-୨୦୨୩ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ସଂପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଓପିଏସ୍ସିର ୱେବସାଇଟ୍ http://opsc.gov.in ରେ ଓସିଏସ୍ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି। ସେଠାରେ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ୪୭୯୯ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବରର ତାଲିକା ଦିଆଯାଇଛି। ମେନ୍ ପରୀକ୍ଷା ସଂପର୍କିତ ସୂଚନା ପାଇବା ପାଇଁ www.opsc.gov.in ୱେବସାଇଟ୍କୁ ବରାବର ଦେଖିବାକୁ ପରାମର୍ଶ ଦେଇଛି ଓପିଏସ୍ସି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..