ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଛି ବିଜେପି। ବହୁବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବ। ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ଶନିବାର ଭୋଟ ଗଣତି ଜାରି ରହିଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ମୋଟ ୭୦ ଆସନ ମଧ୍ୟରୁ ବିଜେପି ୪୮ ଆସନରେ ଆଗୁଆ ରହିଛି। ବିଗତ ୧୦ ବର୍ଷ ଧରି କ୍ଷମତାରେ ରହିଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍)କୁ ୨୨ ଆସନରେ ଅଟକିବାକୁ ପଡ଼ିଛି। ଦଳ ୨୨ ଆସନରେ ଆଗୁଆ ରହିଛି। ଆଶ୍ଚର୍ଯ୍ୟର କଥା ଖୋଦ ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ନିର୍ବାଚନରେ ପରାଜିତ ହେବାକୁ ପଡ଼ିଛି। କେବଳ କେଜ୍ରିୱାଲ ନୁହନ୍ତି, ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ, ସୋମନାଥ ଭାରତୀ, ସତ୍ୟେନ୍ଦ୍ର ଜୈନ, ଦୁର୍ଗେଶ ପାଠକଙ୍କ ଭଳି ହେଭିୱେଟ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..