ରିପୋର୍ଟ କାର୍ଡ / ମାଲକାନଗିରି
କାଲିମେଳା ଥାନା ଅଞ୍ଚଳରେ ଦୁଇ ଜଣ ବିଦ୍ୟାଳୟର ଛାତ୍ରୀଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ ହେଲେ ଏମ୍ଭି୭୨ ପ୍ରାଥମିକ ନୋଡାଲ ବିଦୟାଳୟର ଦୁଇ ଛାତ୍ରୀ ମନ୍ଦିରା ଶୋଡ଼ି (୧୨) ଏବଂ ଜ୍ୟୋତି ହାଲଦାର୍ (୧୨)। ଗୁରୁବାର ଅପରାହ୍ନରୁ ମନ୍ଦିରା ଶୋଡ଼ି ଓ ଜ୍ୟୋତି ହାଲଦାର ନିଖୋଜ ଥିଲେ। ସେମାନେ ଦୁଇଦିନ ଧରି ନିଖୋଜ ଥବା ନେଇ ଥାନାରେ ଦୁଇ ପରିବାରର ଅବିଭାବାକ ଶୁକ୍ରବାର ଏତଲା ଦେଇଥିଲେ। ପରେ ଏମ୍ଭି୭୯ ପୋଲିସ ଏମ୍ଭି୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦୟାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ। ଆଜି ସକାଳେ ବିଲିଗୁଡା ପାହାଡ଼ ନିକଟସ୍ଥ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରେ ଓଢ଼ଣୀ ଦ୍ଵାରା ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋରାପୁଟରୁ ସାଇଟିଫିକ ଟିମ୍ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ଜଣା ପଡ଼ିଛି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….