ରିପୋର୍ଟ କାର୍ଡ / କଟକ
ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି । ବାରବାଟୀ ଷ୍ଟାଡିୟମରେ ରବିବାର ଇଂଲଣ୍ଡ ବ୍ୟାଟିଂ ଚୟନ କରିଥିଲା । ଦଳ ୪୯.୫ ଓଭରରେ ୩୦୪ ରନ ସଂଗ୍ରହ କରିଥିଲା । ଭାରତ ୪୪.୩ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରିଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୧୯ ରନ୍ କରିଛନ୍ତି । ଶୁଭମନ ଗିଲ୍ ୬୦ ରନ୍ ରହିଛନ୍ତି । ରବିନ୍ଦ୍ର ଜଡେଜା ୩ ଓ୍ବିକେଟ୍ ନେଇଛନ୍ତି । ଇଂଲଣ୍ଡର ଜୋ ଋଟ୍ ୬୯, ଡକେଟ୍ ୬୫ ରନ୍ କରିଛନ୍ତି । ଜେମୀ ଓଭର୍ଟର୍ଣ୍ଣଙ୍କୁ ୨ଟି ଓ୍ବିକେଟ୍ ମିଳିଛି । ତୃତୀୟ ଦିନିକିଆ ୧୨ ଫେବୃୟାରୀରେ ଅହମଦାବାଦରେ ଖେଳାଯିବ ।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..