Report Card Odisha

| Daily Odia News

ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ଘଟଣା: ଓସିଏକୁ କାରଣ ଦର୍ଶାଅ ନୋଟିସ୍ …..

ରିପୋର୍ଟ କାର୍ଡ / କଟକ

ବାରବାଟୀରେ ଓଡିଆଇ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ପ୍ରସଙ୍ଗ। କ୍ରୀଡା ଓ ଯୁବ ସେବା ପକ୍ଷରୁ ଓସିଏକୁ ସୋ କଜ୍ ନୋଟିସ୍ ଜାରି ହୋଇଛି। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି। ଏହି ଘଟଣା ପାଇଁ କିଏ ଦାୟୀ ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦେଶ ହୋଇଛି। ଗତକାଲି ବାରବାଟୀ ଷ୍ଟାଡ଼ିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଚାଲିଥିବାବେଳେ ଫ୍ଲଡ ଲାଇଟ ସମସ୍ୟା ସୃଷ୍ଟି ହୋଇଥିଲା। ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ ଲାଇଟ୍‌‌ ଅଚଳ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ସପ୍ତମ ଓଭର ଆରମ୍ଭରୁ ଫ୍ଳଡ ଲାଇଟ୍‌ ଲିଭିଯିବାରୁ ଖେଳ ଅଟକିଥିଲା। ଏହା ପରେ ଲାଇଟ୍‌ ଜଳିବାରୁ ଖେଳ ଆରମ୍ଭ ହୋଇଥିଲା।

Breaking News