ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ଭୁବନେଶ୍ଵରବଡଗଡ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। କାର୍ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଟଙ୍କପାଣି ରୋଡରେ ଆଜି ସକାଳୁ ଏକ କାର୍ ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….