ରିପୋର୍ଟ କାର୍ଡ / କଟକ
ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ଏହା ସହିତ ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦି ଗାଡ଼ି ଉପରେ ପୋଲିସ କଡ଼ା ନଜର ରଖିଛି। ବାଇକ, କାର, ଟ୍ରକ, ବସ ଅନ୍ୟାନ୍ୟ ଗାଡ଼ିଗୁଡ଼ିକୁ ଅଟକାଇ ସେଗୁଡ଼ିକର କାଗଜାତ ଯାଞ୍ଚ କରୁଛି। ଏହାସହିତ କେଉଁ ଗାଡ଼ିରେ ବିକଟାଳ ହର୍ଣ୍ଣ ଏବଂ ବ୍ଲାକ କାଚ ଲାଗିଛି ତାହା ମଧ୍ୟ ପୋଲିସ ଯାଞ୍ଚ କରୁଥିବା ସୂଚନା ମିଳିଛି।






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..