ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । କଟକରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଘୋଷଣା କରିଛନ୍ତି । ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ପୂର୍ବରୁ ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବ ଏବଂ କେହି ମଧ୍ୟ ଭୋକରେ ରହିବେନି ସେନେଇ ଏହି ବ୍ୟବସ୍ଥା କରାଯାଉଛି । ଅର୍ଥାତ୍ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଲାଭ ମିଳିପାରିବ ।
More Stories
ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି…..
ଗୃହରେ ପ୍ରବଳ ହଟ୍ଟଗୋଳ,ସାଢେ ୧୧ଟା ଯାଏଁ ମୁଲତବୀ…..
କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍…..