ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପରଲୋକ ଘଟିଛି। ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ସକାଳ ପ୍ରାୟ ୭ଟା ସମୟରେ ଲକ୍ଷ୍ନୌସ୍ଥିତ ଡାକ୍ତଖାନାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଏସଜିପିଜିଆଇ ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫେବୃଆରୀ ୩ ତାରିଖରେ ତାଙ୍କୁ ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା। ପିଜିଆଇ ନିର୍ଦେଶକ ଡାକ୍ତର ଆରକେ ଧୀମାନଙ୍କ ମୁତାବକ, ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ବ୍ରେନ୍ ଷ୍ଟ୍ରୋକ୍ ବ୍ୟତୀତ ସତ୍ୟେନ୍ଦ୍ର ଦାସ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଶତଚେଷ୍ଟା ସତ୍ବେ ତାଙ୍କ ଜୀବନ ରକ୍ଷା ହୋଇପାରିନଥିବା ନିର୍ଦେଶକ ଧୀମାନ କହିଛନ୍ତି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..