ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରମା ନାୟକଙ୍କୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡର ୪୦ ଦିନ ପରେ ଖୋର୍ଦ୍ଧାରୁ ତାଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବାର ସୂଚନା ମିଳିଛି। ଗତ ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ମୃତ୍ୟୁ ହୋଇଥିଲା। ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୃତ୍ତ। ପୁଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି। ଏଣେ ସହଦେବଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ। ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ହତ୍ୟା ଘଟଣାକୁ ଗୋଟିଏ ମାସ ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପରିବାରକୁ ଉଚିତ୍ ନ୍ୟାୟ ମିଳି ନଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାର ମାଷ୍ଟର ମାଇଣ୍ଡ ଏବେ ବି ବାହାରେ ବୁଲୁଛି। ପରିବାରକୁ ୩୦ ଲକ୍ଷ ଅନୁକମ୍ପା ରାଶି ଦେବ କହି ବିଏମ୍ସି ଭଣ୍ଡାଉଛି। ଏହାକୁ ନେଇ ତାତିଥିଲା ମୁନିସିପାଲିଟି ସଫେଇ ମଜଦୁର ସଂଘ। ବିଏମ୍ସି ଅଫିସ୍ ଆଗରେ ବିକ୍ଷୋଭ କରିବା ସହ ବିଏମ୍ସିର ସମସ୍ତ ଫାଟକକୁ ତାଲା ପକାଇ ଆନ୍ଦୋଳନ କରିଥିଲେ। ଶେଷରେ ସଂଘର କର୍ମକର୍ତ୍ତା ଓ ବିଏମ୍ସି ଅଧିକାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ସୂଚନାଯୋଗ୍ୟ, ଗତ ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ମୃତ୍ୟୁ ହୋଇଥିଲା। ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୃତ୍ତ। ପୋଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି। ଏଣେ ସହଦେବଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ। ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ।
More Stories
ମନ୍ତ୍ରୀ ଙ୍କୁ ବିଭାଗ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..
ମହାକୁମ୍ଭରେ ମହିଳାଙ୍କ ଗାଧେଇବା ବେଳର ଭିଡିଓ ବିକ୍ରି……
ଆମ ପାଖରେ ପଇସା ନାହିଁ,ଲହୁ ଲୁହ ଦେଇ କଂଗ୍ରେସକୁ ତିଆରି କରିବୁ…..