ରିପୋର୍ଟ କାର୍ଡ / କଟକ
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ନେଇ ରୁଜୁ ମାମଲାର ବୁଧବାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ନବ ଦାସ ହତ୍ୟା ମାମଲାର ତଦନ୍ତ ସଂକ୍ରାନ୍ତୀୟ ରିପୋର୍ଟ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଦାଖଲକରି ମାମଲାର ତଦନ୍ତ ଚାଲିଥିବା ଦର୍ଶାଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଓ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ଉପରେ ସନ୍ତୋଷ ପ୍ରକାଶକରି ମାମଲାର ଅନ୍ତ ଘଟାଇଛନ୍ତି। ସୂଚନା ଅନୁସାରେ-ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ ତାରିଖରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..