ରିପୋର୍ଟ କାର୍ଡ / ମାଲକାନଗିରି
ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲ୍ଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା ହୋଇ ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ମୃତ ଛାତ୍ରଙ୍କ ନାମ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ଜଣକ ତାପସ ସରଦାର ବୋଲି ଜଣାପଡିଛି। ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଶେଷ ପରୀକ୍ଷା ଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ କରୁଛି।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……