ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ବିଜେପି ସରକାରକୁ ଘେରିଲା ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟାର୍ଗେଟ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ନିଶାନା କରିଛନ୍ତି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ବିଜେପି ଦେଇଥିବା କଥା ରଖି ପାରୁନି, ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବିଜେପି କହି ଦିଲ୍ଲୀର ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଆତିଶୀ । ଦିଲ୍ଲୀବାସୀଙ୍କୁ ମୋଦୀ ଏବଂ ବିଜେପି ପୁଳାପୁଳା ପ୍ରତିଶ୍ରୁତି ଦେଇଥିଲା । ହେଲେ ସେସବୁ କୁଆଡେ ଗଲା ? ଦିଲ୍ଲୀ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା କୁଆଡେ ଗଲା, ଏହା କେବଳ ଜୁମଲା ଥିଲା ବୋଲି କହିଛନ୍ତି ଆତିଶୀ । ତାସହ ହୋଲି ପୂର୍ବରୁ ଦିଲ୍ଲୀର ମହିଳାଙ୍କୁ ମାଗଣା ଗ୍ୟାସ୍ କଥା କୁଆଡେ ଗଲା । ଆଉ ୨ ଦିନ ପରେ ହୋଲି, ହେଲେ ଏଯାଏଁ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର ମିଳିନି । ରେଖା ସରକାର ଏବଂ ମୋଦୀ ସରକାର କେବେ ଦେବେ ବୋଲି କଟାକ୍ଷର ସହ ପ୍ରଶ୍ନ କରିଛନ୍ତି ଆତିଶୀ ।






More Stories
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..
ରାଜ୍ୟ ସରକାରଙ୍କୁ ଜୋରିମାନା…..
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା…..