ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଗିରଫ ହୋଇଥିବା ଗୁରୁବାର ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ରାଜା ଗିରଫ ହୋଇଛନ୍ତି। ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି। କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ଦୁଇ ଜଣ ବିଡିଓ କହିଛନ୍ତି। ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଣ୍ଟ ହୋଇଛି। ପଚାରିବାରୁ ଜାଣିଲୁ ଜିଏମ୍ଆଇଏଲ୍ କୁ କୌଣସି ତେଲ ଦିଆଯାଇନି। ରାଜା ଚକ୍ରଙ୍କ ଗାଡିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡିଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟା ହୋଇଛି। ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି। କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଖଣି ଅର୍ଥ ହେରଫେର ମାମଲାରେ ଜଡ଼ିତ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ର ଓ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ହାଇକୋର୍ଟର ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ସେମାନଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଥିଲେ। ଫଳରେ ରାଜା ଚକ୍ରଙ୍କ ସହଯୋଗୀମାନେ ହେଲେ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ ଓ ସୁଶାନ୍ତ ସାମଲ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……