ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରଙ୍ଗର ପର୍ବ ହୋଲି। ଆନନ୍ଦ ଉଲ୍ଲାସର ସହ ହୋଲି ପର୍ବକୁ ପାଳନ ଲାଗି ଗାଁଠୁ ସହର ପ୍ରସ୍ତୁତ । ଏହି ଅବସରରେ ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ହୋଲିର ଶୁଭେଚ୍ଛା ଶୁଭକାମନା ଜଣାଇ କହିଛନ୍ତି ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦଭାବନାର ବାର୍ତ୍ତା ଦିଏ। ଏହି ପର୍ବ ଭାରତର ମୂଲ୍ୟବାନ୍ ସାଂସ୍କୃତିକ ଐତିହ୍ୟର ପ୍ରତୀକ ମଧ୍ୟ। ଏହି ପବିତ୍ର ପର୍ବ ଅବସରରେ ଆମେ ସମସ୍ତେ ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ହୋଲି ର ଶୁଭକାମନା ଜଣାଇଛନ୍ତି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..