ରିପୋର୍ଟ କାର୍ଡ / ବାଲେଶ୍ଵର/ଭୁବନେଶ୍ୱର
ବାଲେଶ୍ଵର କୋର୍ଟରେ ହାଜର ପରେ ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ ପଠାଯାଇଛି। ବର୍ତ୍ତମାନ ସେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ। ରାଜା ଚକ୍ରଙ୍କ ରିମାଣ୍ଡ କିମ୍ବା ଜାମିନ୍ ଆବେଦନ ହେଲାନି। ସେପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ରାଜା ଚକ୍ରଙ୍କ ଲିଙ୍କରେ ଅନେକ ବଡ ବଡିଆଙ୍କ ସମ୍ପୃକ୍ତି ରହିଛି। ଏଥିରେ ଯେଉଁମାନେ ବି ସାମିଲ୍ ଅଛନ୍ତି , ସେମାନଙ୍କୁ ଛଡାଯିବନି। ଆଇନ୍ ଅନୁସାରେ ସମସ୍ତେ ବନ୍ଧା ହେବେ। ଆମ ସରକାର କାହାକୁ ଛାଡି ନାହାନ୍ତି କି ଛାଡିବେନି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……