Report Card Odisha

| Daily Odia News

ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍‌ ନେତା ମନିଷ ସିସୋଦିଆ ଏବଂ ସତ୍ୟୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମତି ପ୍ରଦାନ କରିଛନ୍ତି । ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ, ୨୦୧୫ରେ ଦିଲ୍ଲୀର ୧୯୪ ସରକାରୀ ସ୍କୁଲରେ ପ୍ରାୟ ୯ ହଜାର କ୍ଲାସ୍‌ରୁମ ଓ ଶୌଚାଳୟ ଆଦି ନିର୍ମାଣ କରିବାକୁ ବ୍ୟୟ ବରାଦ ହୋଇଥିଲା । ୧୫ ଅଗଷ୍ଟ ୨୦୧୯ରେ ଏହି ସମସ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ ଭିତ୍ତିରେ ତଦନ୍ତ କରି ୧୭ ଫେବ୍ରୁଆରି ୨୦୨୦ରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ରିପୋର୍ଟ ଦାଖଲ କରିଥିଲେ । କୌଣସି ଟେଣ୍ଡର ନ ଡାକିବା ଓ ଅଧିକ ଦାମର ସାମଗ୍ରୀ ବ୍ୟବହାର ହୋଇଥିବା ଦର୍ଶାଇ ନିର୍ମାଣ ବ୍ୟୟକୁ ବୃଦ୍ଧି କରିବା ଆଦି ଦ୍ବାରା କୋଟିକୋଟି ଟଙ୍କା ହଡ଼ପ କରାଯାଇଥିବା ରିପୋର୍ଟରେ ମଧ୍ୟ ଦର୍ଶାଯାଇଥିଲା । ୧୯୩ଟି ସ୍କୁଲରେ ୨୪୦୫ଟି ଶ୍ରେଣୀଗୃହର ଆବଶ୍ୟକତା ଥିଲା, କିନ୍ତୁ ୭୧୮୦ ଟି ଶ୍ରେଣୀଗୃହ ନିର୍ମାଣ କରିବାକୁ ବ୍ୟୟ ବରାଦ ହୋଇଥିଲା । ୨୦୨୪ ଅଗଷ୍ଟରେ ଏହା ଉପରେ ତଦନ୍ତ କରିବାକୁ ଉପରାଜ୍ୟପାଳ ଭିକେ ସକ୍ସେନା ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ସଚିବଙ୍କ ରିପୋର୍ଟ ଭିତ୍ତିରେ ଏନେଇ ମାମଲା ରୁଜୁ କରିବାକୁ ଉପରାଜ୍ୟପାଳ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଲୋଡ଼ିଥିଲେ ।

Breaking News