ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ରବିବାର ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ ହୋଇଛି। ପାକ୍ ସେନାର କିଛି ବସରେ ଯବାନମାନେ ନୌଶକି ଅଞ୍ଚଳ ଦେଇ କ୍ଵେଟାରୁ ତାଫତାନ ଯାଉଥିଲେ। ଏହି ସମୟରେ ହଠାତ ଆଇଇଡି ଭର୍ତ୍ତି ଏକ ଗାଡ଼ି ପାକ୍ ସେନାର ଗୋଟିଏ ବସକୁ ଧକ୍କା ଦେଇଥିଲା। ଯାହାଫଳରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟିଥିବା ବିଏଲଏ ଦାବି କରିଛି। ଅନ୍ୟପଟେ ବିସ୍ଫୋରଣରେ ମାତ୍ର ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ପାକ୍ ସେନା ପକ୍ଷରୁ କୁହାଯାଇଛି। ଅନ୍ୟ ୧୦ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ଫିଦାୟୀ ୟୁନିଟ୍ ନିଜକୁ ଦାୟୀ କରିଛି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..