ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ସୀମାନ୍ତ ତେଲଙ୍ଗାନା ଭଦ୍ରାଦି କତାଗୁଡ଼େମ ଜିଲ୍ଲାରେ ୬୪ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କତାଗୁଡ଼େମ ଜିଲାର ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନେତୃତ୍ବରେ ପୁଲିସ ଓ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଚାଲିଥିବା ମାଓ ଦମନ ଅଭିଯାନ ଚେୟୁତା ମାଧ୍ୟମରେ ମାଓବାଦୀ ଆକର୍ଷିତ ହୋଇଛନ୍ତି। ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତେ ପୂର୍ବରୁ ତେଲଙ୍ଗାନା ଓ ଛତିଶଗଡ଼ ରାଜ୍ୟରେ ଅନେକ ମାଓ ହିଂସା କାଣ୍ଡ ଘଟାଇବା ସହ ସରକାରଙ୍କ ବିରୋଧରେ ସାଧାରଣ ଜନତାଙ୍କୁ ପ୍ରବର୍ତ୍ତାଉ ଥିଲେ। ସରକାରଙ୍କ ମାଓଦମନ ନୀତି କଠୋର ସହ ବିକାଶ ମୂଳକ କାର୍ଯ୍ୟ ଓ ମାଓ ସଙ୍ଗଠନ ନିଜର ସ୍ଥିତି ହରାଉଥିବା ଦେଖି ୬୪ ମାଓବାଦୀ ସାଧାରଣ ଜୀବନ ଯାପନ ପାଇଁ ନିଷ୍ପତ୍ତି ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେଲଙ୍ଗାନା ସରକାରଙ୍କ ନିୟମ ଅନୁସାରେ ୬୪ ଜଣଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ଏସ୍ପି ରୋହିତ ରାଜ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଆଇଜି ପ୍ରକାଶ କରିଛନ୍ତି।






More Stories
ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!…..
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ଟ୍ରେନ୍ରେ ସେଲ୍ଫି ନେବା ବେଳେ ଜଳିଗଲେ…..