ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଝାରସୁଗୁଡ଼ା ଘରେ ୨ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ନୂଆ ତଦନ୍ତ ଅଧିକାରୀ ଏଏସପି ବିଜୟ ମଲ୍ଲିକ ଏବଂ ଡିଏସପି ଦୀପ୍ତିମୟୀ ମଲ୍ଲିକ ସ୍ୱର୍ଗତ ନବ ଦାସଙ୍କ ଝାରସୁଗୁଡ଼ାର ସହବାହାଲସ୍ଥିତ ଘରେ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ୨ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ରେ ଏଏସପି ବିଜୟ ମଲ୍ଲିକ ଏବଂ ଡିଏସପି ଦୀପ୍ତିମୟୀ ମଲ୍ଲିକ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇ-ମେଲରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଇ-ମେଲ ସହ ପୋଷ୍ଟାଲ୍ରେ ଚିଠି କରି ସେ ସମୟ ମାଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..