ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ସ୍ବର୍ଗତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦିଆଯାଇଥିଲା । ସେତେବେଳେ ଭାଜପାର କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ବାସନଥିଲା। ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେଡି ସ୍ବାଗତ କରୁଛି। ସିବିଆଇ ତଦନ୍ତ କଥା କହୁଥିଲେ ଏବେ ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି କହିଛି। ନ୍ୟପଟେ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ହେଲା ବୟାନ ରେକର୍ଡ କରାଯାଇଛି। ସେମାନେ ନ୍ୟାୟ ଦେଇ ପାରିନଥିଲେ, ତେଣୁ ଆମକୁ ଲେଖିକି ଦେଇଥିଲେ। ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚି ବୟାନ ରେକର୍ଡ କରିଛି। ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ ମଙ୍ଗଳବାର ସକାଳୁ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ାସ୍ଥିତ ଘରେ ପହଞ୍ଚିଥିଲେ। ଅନ୍ୟପଟେ, ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ସ୍ତ୍ରୀ। ସେ ଇ-ମେଲ ଜରିଆରେ ସାକ୍ଷାତକାରର ସମୟ ମାଗିଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..