ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ବୁଣାକାରଙ୍କୁ ସରକାର ପ୍ରୋତ୍ସାହନ ଦେବେ। ଏହାସହିତ ବରିଷ୍ଠ ବୁଣାକାରଙ୍କ ପାଇଁ ମଧ୍ୟ ଭତ୍ତା ବ୍ୟବସ୍ଥା କରାଯାଉଛି। ଏନେଇ ଯୋଜନା କରାଯାଇଥିବାବେଳେ ଶୀଘ୍ର ଲାଗୁ କରାଯିବ। ଏବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବୁଣାକାର ଏବଂ ହସ୍ତଶିଳ୍ପ କାରିଗର କିଭଳି ସ୍ବାବଲମ୍ବୀ ହେବେ ଏବଂ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ଭଲରେ ବିକ୍ରିବଟା ହେବ ସେଥିପାଇଁ ସରକାର ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜାତୀୟସ୍ତରରେ ପୁରସ୍କୃତ ବୁଣାକାରଙ୍କୁ ମଧ୍ୟ ମେଳାଗୁଡିକରେ ସ୍ବତନ୍ତ୍ର ଷ୍ଟଲ ଦିଆଯାଉଛି। ବିଗତ ୨୦୧୮ରୁ ପ୍ରତିବର୍ଷ ବୁଣାକାର ସର୍ଭେ କରାଯାଉଛି। ନୂଆ ବୁଣାକାରଙ୍କୁ ମଧ୍ୟ ପ୍ରତିବର୍ଷ ସର୍ଭେରେ ସାମିଲ କରାଯାଉଛି। ସର୍ଭେ ଆଧାରରେ ସରକାର ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ମୋଟ ୪୬ ହଜାର ପରିବାରର ୧,୨୬,୦୦୦ ବୁଣାକାର କୌଳିକ ବୃତ୍ତିରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଏନେଇ ପ୍ରୋତ୍ସାହନ ଦିଆଯିବା ସହିତ ସେମାନଙ୍କ ସାମଗ୍ରୀ କିଭଳି ବିକ୍ରି ହୋଇପାରିବ ସେନେଇ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଏହାଛଡ଼ା ଏକ୍ଷେତ୍ରକୁ କିଭଳି ବଜାୟ ରଖାଯିବ ଏବଂ ଉତ୍ତରପିଢ଼ି ଏଥିପ୍ରତି ଅନାଗ୍ରହ ନହେବେ ସେଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ବରିଷ୍ଠ ବୁଣାକାର ଯେଉଁମାନେ କି ମଙ୍ଗ ଧରିଥିଲେ ଏବଂ ସେମାନେ ଏବେ କାମ କରିପାରୁନାହାନ୍ତି ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରାଯାଉଛି। ପ୍ରତିମାସରେ ସେମାନଙ୍କୁ ଭତ୍ତା ଦିଆଯିବ ଏବଂ ଏନେଇ ଚିହ୍ନଟ ପ୍ରକ୍ରିୟା େଶଷ ହେବା ପରେ ଲାଗୁ କରାଯିବ। ବିଭାଗୀୟ ବଜେଟ ବାଦ୍ ଏନେଇ ଅତିରିକ୍ତ ବଜେଟ କରାଯିବା ନେଇ ଯୋଜନା କରାଯାଉଛି। ନିଷ୍ପତ୍ତି ହେବା ପରେ ବିଧିବଦ୍ଧଭାବେ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……